୪୧ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଘାଟିତ

You are currently viewing ୪୧ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଘାଟିତ

ଅନୁଗୋଳ: ଓଡ଼ିଆ ନୌବାଣିଜ୍ୟ ପରମ୍ପରା ଓ ସମୃଦ୍ଧ ସଂସ୍କୃତିର ଗୌରବମୟ ଐତିହ୍ୟକୁ ମନେ ପକାଇ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ୪୧ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ସଭାଘରଠାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଏବଂ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଓ ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ତବଲା ଗୁରୁ ଅଜୟ କୁମାର ଚୌଧୁରୀ ଓ ଓଡ଼ିଶୀ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମହୋତ୍ସବରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଝୋଟି, ଓଡ଼ିଶୀ ନୃତ୍ୟ, ତାଳବାଦ୍ୟ, କିବୋର୍ଡ ଓ ଦଳଗତ ଲୋକନୃତ୍ୟ ଆଦି ବିଭାଗରେ ପ୍ରତିଯୋଗୀମାନେ ନିଜ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଲୋକନୃତ୍ୟର ଆକର୍ଷଣୀୟ ପରିବେଷଣରେ ସଭାଘର ଉତ୍ସବମୁଖର ହୋଇଉଠିଥିଲା।

ଅନୁଷ୍ଠାନର ସଭାପତି ବୀରେନ୍ଦ୍ର ପ୍ରଧାନ, ସମ୍ପାଦକ ବିଦେଶୀ ନାୟକ ଓ ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ସଦସ୍ୟ ବୈରାଗୀ ଚରଣ ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ଜୟନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply