ହାତୀ ଆକ୍ରମଣରେ ସିକ୍ୟୁରିଟି ଗାର୍ଡ ମୃତ

You are currently viewing ହାତୀ ଆକ୍ରମଣରେ ସିକ୍ୟୁରିଟି ଗାର୍ଡ ମୃତ

ଅନୁଗୋଳ: ବନ୍ତଳା ବନାଞ୍ଚଳର ସରଧାପୁର ଗ୍ରାମ ନିକଟରେ ହାତୀ ଆକ୍ରମଣରେ କୁମୁରିସିଂହା ଗ୍ରାମର ସରୋଜ ପ୍ରଧାନ (୫୦)ଙ୍କ ମୃତ୍ୟୁ ଘଟିଛି। ସେ ଟାୱାର ଲାଇନ୍‌ର ସୁରକ୍ଷା ପାଇଁ ରାତ୍ରିକାଳୀନ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଡ୍ୟୁଟି ସମୟରେ ହାତୀ ହାବୁଡ଼ରେ ପଡ଼ି ସେ ପ୍ରାଣ ହରାଇଥିଲେ। ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବନ ବିଭାଗ ଓ ପୋଲିସ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ସହ ଅଞ୍ଚଳରେ ସୋଲାର ବାଡ଼ ଓ ଆଲୋକ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

Share

Leave a Reply