ଆମ୍ବପାଳ ଓ ନତଡ଼ା ଗ୍ରାମର ସମ୍ପୂର୍ଣ୍ଣ ଅଧିଗ୍ରହଣ ଦାବି

You are currently viewing ଆମ୍ବପାଳ ଓ ନତଡ଼ା ଗ୍ରାମର ସମ୍ପୂର୍ଣ୍ଣ ଅଧିଗ୍ରହଣ ଦାବି

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆମ୍ବପାଳ ଓ ନତଡ଼ା ଗ୍ରାମକୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ପକ୍ଷରୁ ସମ୍ପୂର୍ଣ୍ଣ ଅଧିଗ୍ରହଣ କରିବା ସହ ନିଯୁକ୍ତି ଓ ଥଇଥାନ ଦାବି ଜୋର ଧରିଛି। ଏହି ଦାବି ନେଇ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି।

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ ଶଙ୍କର ମହାପାତ୍ର ଦାବିପତ୍ର ଗ୍ରହଣ କରିଥିଲେ। ଆମ୍ବପାଳ ଓ ନତଡ଼ା ଗ୍ରାମକୁ ସମ୍ପୂର୍ଣ୍ଣ ଅଧିଗ୍ରହଣ କରି ଜମିହରା ପରିବାରଙ୍କୁ ଉପଯୁକ୍ତ ନିଯୁକ୍ତି ଓ ଥଇଥାନ ସୁବିଧା ଯୋଗାଇ ଦେବାକୁ ଦାବି କରାଯାଇଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ବିଜୟ ମାଝୀ, କୁମର ମାଝୀ, ବାଳକୃଷ୍ଣ ସାହୁ, ରାମ ବାରିକ, ଗିରିଶ ବିଶ୍ୱାଳ, ଶ୍ରୀକାନ୍ତ ସାହୁ, ଧର୍ମାନନ୍ଦ ମାଝୀ, ବାବୁଲି ମାଝୀ, ବସନ୍ତ ପ୍ରଧାନ, ସୁଶାନ୍ତ ପ୍ରଧାନ, ସୁନୀଲ ସାହୁ, କ୍ଷୀରୋଦ ନାୟକ, ପୂର୍ଣ୍ଣଚନ୍ଦ୍ର ମାଝୀ ଓ ରଞ୍ଜନ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply