ଅନୁଗୋଳ: ତାଳଚେର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ମୁସଲମାନ କମିଟିର କର୍ମକର୍ତ୍ତାମାନେ ରବିବାର ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି।
ଏହି ଅବସରରେ ମୁସଲମାନ କମିଟିର ସଭାପତି ମହମ୍ମଦ ସକିଲ୍, ସମ୍ପାଦକ ମହମ୍ମଦ ଜନେନ୍, କୋଷାଧ୍ୟକ୍ଷ ମହମ୍ମଦ ନସିମ୍ଙ୍କ ସମେତ ସମସ୍ତ କର୍ମକର୍ତ୍ତା ବିଧାୟକଙ୍କୁ ଭେଟିଥିଲେ। ଗ୍ରାମର ମସଜିଦ କମିଟି ପକ୍ଷରୁ କବରସ୍ଥାନର ପୁନରୁଦ୍ଧାର ସହ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ବିଧାୟକଙ୍କୁ ଅବଗତ କରାଯାଇଥିଲା।
ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।















