ଉତ୍କଳ କରାଟେ ସଂଗଠନର ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ,କୃତୀ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ପ୍ରଦାନ

You are currently viewing ଉତ୍କଳ କରାଟେ ସଂଗଠନର ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ,କୃତୀ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ପ୍ରଦାନ

ଅନୁଗୋଳ: ଉତ୍କଳ କ୍ୟୁକୋସିନ କରାଟେ ଏବଂ ଯୋଗ ସଂଗଠନ ପକ୍ଷରୁ ରବିବାର ପିଏମ୍ ଶ୍ରୀ ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରେଡିଂ ଟେଷ୍ଟ ବା ମୂଲ୍ୟାୟନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଶିବିରରେ ଅନୁଗୋଳ ଜିଲ୍ଲା ବିଦ୍ୟାଳୟ ସମୂହର ଶାରୀରିକ ଶିକ୍ଷା ଅଧିକାରୀ ବିନୋଦ ଚନ୍ଦ୍ର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରାଟେ ଆତ୍ମରକ୍ଷା ସହ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଜରୁରୀ ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ସଂଗଠନର ସଭାପତି ସୁରଞ୍ଜନ ରାଜକୁମାର, ଉପସଭାପତି ବିଶ୍ୱରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ବବିନ ଚନ୍ଦ୍ର ଗଡ଼ନାୟକ ଉପସ୍ଥିତ ଥିଲେ। ସଂଗଠନର କୋଚ୍ ସେନସାଇ ବାସୁଦେବ ସାହୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଫାଇଟ୍ ପରିଚାଳନା କରିଥିଲେ।

ଶିବିର ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶିବିର ପରିଚାଳନାରେ ଲକ୍ଷ୍ମୀପଦ କର, ଶ୍ରୀକୃଷ୍ଣ ଦାସ, ସଂଯୁକ୍ତା ରାଜକୁମାରୀ, ଜିଗାସା ଗଡ଼ନାୟକ ଓ ସାଇ ଶ୍ରୀୟାଂଶ ସିଂ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply