ଅନୁଗୋଳ: ବଅଁରପାଳ ବ୍ଲକରେ ମଧୁବାବୁ ପେନସନ୍ ଯୋଜନା ଅନ୍ତର୍ଗତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଉପସ୍ଥିତିରେ ବ୍ଲକର ୩୦୯୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି।
ଏହି ଅବସରରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବରିଷ୍ଠ ନାଗରିକ, ବିଧବା, ଦିବ୍ୟାଙ୍ଗ ଓ ଅସହାୟଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଇଥିଲେ।
କାର୍ଯ୍ୟକ୍ରମରେ ୨୮ ନଂ. ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ୨୭ ନଂ. ଜୋନ୍ ସଦସ୍ୟ ଗୋପାଳ ନାଏକ, ୨୫ ନଂ. ଜୋନ୍ ସଦସ୍ୟ ଦିଲ୍ଲୀପ ପ୍ରଧାନ, ବିଜେପି ନେତା ଛବିମୋହନ ସାହୁ, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବିଡିଓ ଲୋଚନ ବେହେରାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ହିତାଧିକାରୀ ଉପସ୍ଥିତ ଥିଲେ।



















