ବିସ୍ଥାପିତଙ୍କ ସମସ୍ୟା ଶୁଣିଲେ ଉପଜିଲ୍ଲାପାଳ, ଏମସିଏଲ୍‌କୁ ତୁରନ୍ତ ସମାଧାନ ନିର୍ଦ୍ଦେଶ

You are currently viewing ବିସ୍ଥାପିତଙ୍କ ସମସ୍ୟା ଶୁଣିଲେ ଉପଜିଲ୍ଲାପାଳ, ଏମସିଏଲ୍‌କୁ ତୁରନ୍ତ ସମାଧାନ ନିର୍ଦ୍ଦେଶ

ଅନୁଗୋଳ: ତାଳଚେର କୋଇଲା ଖଣି ଦ୍ୱାରା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟା ସମାଧାନ ପାଇଁ ୪୧ତମ ଥଇଥାନ ଓ ପୁନର୍ବାସ ଅଭିଯୋଗ ଶୁଣାଣି ଫୋରମ୍ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିସ୍ଥାପିତ ପରିବାରଙ୍କ କ୍ଷତିପୂରଣ, ଥଇଥାନ ଓ ମୌଳିକ ସୁବିଧା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଶୁଣାଯାଇଥିଲା। ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଉପଜିଲ୍ଲାପାଳ ଏମସିଏଲ୍ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଏମସିଏଲ୍ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଗ୍ରାମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Share

Leave a Reply