ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପାଣ୍ଡେଙ୍କ ପରଲୋକ

You are currently viewing ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପାଣ୍ଡେଙ୍କ ପରଲୋକ

ଅନୁଗୋଳ: କିଶୋରନଗର ବ୍ଲକ ଧଉରାପାଲ୍ଲୀ ପଞ୍ଚାୟତ ଖଣ୍ଡହତା ଗ୍ରାମର ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପାଣ୍ଡେ (୫୫)ଙ୍କ ପରଲୋକ ଘଟିଛି। କଟକସ୍ଥିତ କ୍ୟାନସର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି।

ସେ ୨୦୧୭ରୁ ୫ ବର୍ଷ ଧରି କିଶୋରନଗର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥିସହ ଦୀର୍ଘ ବର୍ଷ ଧରି କିଶୋରନଗର ବିଜେପି ମଣ୍ଡଳ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ତାଙ୍କ ବିୟୋଗରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ବରିଷ୍ଠ ବିଜେପି ନେତା ପ୍ରକାଶ ଡାଙ୍ଗ, ଜିଲ୍ଲା ଅନୁସୂଚିତ ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଶିଷ୍ଠ ନାୟକ ଓ ସାଂସଦଙ୍କ ବ୍ଲକ ପ୍ରତିନିଧି ସରୋଜ ସାହୁଙ୍କ ସମେତ ବହୁ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply