ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଗଲା ଆବାସ ସେଲ୍‌ର ତାଲା

You are currently viewing ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଗଲା ଆବାସ ସେଲ୍‌ର ତାଲା

ଅନୁଗୋଳ: ଅନୁଗୋଳ ପୌରପାଳିକା କାର୍ଯ୍ୟାଳୟରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେଲ୍‌ର ତାଲା ସୋମବାର ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଯାଇଛି। ସେଲ୍‌ରେ ଥିବା ସମସ୍ତ ସରକାରୀ ଫାଇଲ୍‌ ଓ ଦସ୍ତାବିଜ ପୌରପାଳିକାକୁ ହସ୍ତାନ୍ତର କରାଯାଇଛି।

ସିଏଲ୍‌ଟିସି ଅଧିକାରୀ ଅଭୟ ନାଏକଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଓ ସରକାରୀ ଫାଇଲ୍‌ ହସ୍ତାନ୍ତର ନକରିବା ନେଇ ଅଭିଯୋଗ ରହିଥିଲା। ଏନେଇ ଗତ ମେ’ ମାସରେ ଅନୁଗୋଳ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସମସ୍ତ ଦାୟିତ୍ୱରୁ ଅନ୍ତର କରାଯାଇ ସେଲ୍‌ର ତାଲା ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା।

ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ କରାଯିବା ସହ ନୂତନ ଆବାସ ପ୍ରକଳ୍ପ ଅଧିକାରୀ ନିଯୁକ୍ତି ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

Share

Leave a Reply