ତିନିଦିନିଆ ଗସ୍ତରେ ଆସୁଛନ୍ତି ଧର୍ମେନ୍ଦ୍ର, ଅନୁଗୋଳ ଓ ଢେଙ୍କାନାଳରେ ରହିଛି ଏକାଧିକ କାର୍ଯ୍ୟକ୍ରମ

You are currently viewing ତିନିଦିନିଆ ଗସ୍ତରେ ଆସୁଛନ୍ତି ଧର୍ମେନ୍ଦ୍ର, ଅନୁଗୋଳ ଓ ଢେଙ୍କାନାଳରେ ରହିଛି ଏକାଧିକ କାର୍ଯ୍ୟକ୍ରମ

ଅନୁଗୋଳ: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧୦ ତାରିଖରୁ ତିନିଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଭୂମିପୂଜନ ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ତାଳଚେରରେ ପହଞ୍ଚି ମା’ ହିଙ୍ଗୁଳା ମନ୍ଦିରର ବିକାଶ ସମ୍ପର୍କିତ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ ବୈଠକରେ ଯୋଗଦେବେ।

ନଭେମ୍ବର ୧୧ ତାରିଖ ସକାଳ ୯ଟାରେ ତାଳଚେର ହାଟତୋଟାଠାରେ ପ୍ରଜାମଣ୍ଡଳ ଭବନର ନୂତନ ଗୃହ ଉଦ୍‌ଘାଟନ କରିବେ। ପରେ ସକାଳ ୧୧ଟାରେ ଅନୁଗୋଳର ଗୁରୁଧି ଠାରେ ସୂର୍ଯ୍ୟବନ ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୩ଟାରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରାରେ ସାମିଲ ହେବେ।

ସେହିପରି ନଭେମ୍ବର ୧୨ ତାରିଖରେ ତାଳଚେରରୁ ଢେଙ୍କାନାଳ ଗସ୍ତ କରି ସେଠାରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସମାନ ପଦଯାତ୍ରାରେ ଯୋଗଦେବେ।

ଏନେଇ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହି ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

Share

Leave a Reply