ଅନୁଗୋଳ: ଢେଙ୍କାନାଳ ସାଂସଦ ଆଜି ଅନୁଗୋଳ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ସହ ମଡେଲ କ୍ୟାରିୟର ସେଣ୍ଟର ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସେ ଦକ୍ଷତା ବିକାଶ ଅଭିଯାନ, ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ପ୍ଲେସମେଣ୍ଟ ଲିଙ୍କଡ୍ ଟ୍ରେନିଂ) ଏବଂ ନାନୋ-ୟୁନିକର୍ଣ୍ଣ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ଆଲୋଚନା କରି ଯୁବପିଢ଼ିଙ୍କୁ ଅଧିକ ଦକ୍ଷ ଓ କୌଶଳସମ୍ପନ୍ନ କରିବା ସହ ସେମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସାଂସଦ ଗୁରୁତ୍ୱାରୋପ କରିଥିଲେ।
















