ଅନୁଗୋଳରେ EDର ଚଢ଼ାଉ, NICE କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ଚାଲିଛି ରେଡ୍

You are currently viewing ଅନୁଗୋଳରେ EDର ଚଢ଼ାଉ, NICE କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ଚାଲିଛି ରେଡ୍

ଅନୁଗୋଳ: ଅନୁଗୋଳ ସହରର ଅମଲାପଡ଼ାସ୍ଥିତ NICE କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଚଢ଼ାଉ ଜାରି ରହିଛି। EDର ୫ ଜଣିଆ ଟିମ୍ ଏହି ରେଡ୍ କରୁଥିବା ଜଣାପଡ଼ିଛି।

କଳ୍ପନା ଫାଇନାନ୍ସିଆଲ ସର୍ଭିସେସ୍ ସହ ଟ୍ରେଡିଂ କାରବାରରେ ଇନଷ୍ଟିଚ୍ୟୁଟର ସମ୍ପୃକ୍ତି ଥିବା ଅଭିଯୋଗକୁ ନେଇ ଏହି ଚଢ଼ାଉ ଚାଲିଛି। ନିବେଶକମାନଙ୍କୁ ମୋଟା ଅଙ୍କର ସୁଧ ଦେବାର ପ୍ରତିଶ୍ରୁତି ଦେଇ NICE ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ ଟଙ୍କା ସଂଗ୍ରହ କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ ପରିପ୍ରେକ୍ଷୀରେ ED ପକ୍ଷରୁ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି।

ତେବେ ଚଢ଼ାଉରୁ କ’ଣ ତଥ୍ୟ ମିଳୁଛି, ସେନେଇ ED ପକ୍ଷରୁ ଆଧିକାରିକ ସୂଚନା ମିଳିନାହିଁ।

Share

Leave a Reply