ଜିଲ୍ଲାସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ: ୧୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେଲା ବ୍ୟାଟେରିଚାଳିତ ତିନିଚକିଆ ସାଇକେଲ

You are currently viewing ଜିଲ୍ଲାସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ: ୧୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେଲା ବ୍ୟାଟେରିଚାଳିତ ତିନିଚକିଆ ସାଇକେଲ

ଅନୁଗୋଳ: ସ୍ଥାନୀୟ ସଭାଘରଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୫୪୦ ଜଣ ଛାତ୍ରଛାତ୍ରୀ ୩୩ଟି ବିଭାଗରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କେବଳ ମାର୍କ ହାସଲରେ ସୀମିତ ନ ରହି ଶିଶୁଙ୍କ ଆତ୍ମବିଶ୍ୱାସ, ନିର୍ଭୀକତା ଓ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେବା ଉଚିତ ବୋଲି କହିଥିଲେ। ଅନ୍ୟ ଅତିଥିମାନେ ଶିକ୍ଷା ସହ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଓ ଶିଶୁ ସୁରକ୍ଷାର ଗୁରୁତ୍ୱ ଉପରେ ମତ ରଖିଥିଲେ।

ଏହି ଅବସରରେ ALIMCO ପକ୍ଷରୁ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବ୍ୟାଟେରିଚାଳିତ ୧୦ଟି ତିନିଚକିଆ ସାଇକେଲ ପ୍ରଦାନ କରାଯାଇଥିଲା। ମହୋତ୍ସବରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ଟ୍ରଫି ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ।

ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ଆସନ୍ତା ୧୨ରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ‘ସୁରଭି’ ମହୋତ୍ସବରେ ଅନୁଗୋଳ ଜିଲ୍ଲାର ପ୍ରତିନିଧିତ୍ୱ କରିବେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Share

Leave a Reply