ଅଧପନ୍ତରିଆ ଅନୁଗୋଳ ଷ୍ଟାଡିୟମ୍ କାମ ଶେଷ ପାଇଁ ୯ କୋଟି ମଞ୍ଜୁର

You are currently viewing ଅଧପନ୍ତରିଆ ଅନୁଗୋଳ ଷ୍ଟାଡିୟମ୍ କାମ ଶେଷ ପାଇଁ ୯ କୋଟି ମଞ୍ଜୁର

ଅନୁଗୋଳ: ଦୀର୍ଘଦିନ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଅନୁଗୋଳ ଷ୍ଟାଡିୟମ୍‌ର ନିର୍ମାଣ କାମ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଅଧାରେ ଅଟକି ରହିଥିଲା। ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାର କାମ ଶେଷ କରିବାକୁ ଆର୍‌ଆଣ୍ଡବି ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହୋଇ ନପାରିବାରୁ ଏବେ ଅନୁଗୋଳ ପୌରପାଳିକାକୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଷ୍ଟାଡିୟମ୍‌ର ଅବଶିଷ୍ଟ କାମ ପାଇଁ ୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ବ୍ୟାଡମିଣ୍ଟନ କୋର୍ଟ ନିର୍ମାଣ ପାଇଁ ଅତିରିକ୍ତ ୭୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏନେଇ ପୌରପାଳିକାର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗର ସହଯୋଗରେ ଷ୍ଟାଡିୟମ୍‌କୁ ସମ୍ପୂର୍ଣ୍ଣ କରାଯିବ। ଏହି ଅର୍ଥରେ ସ୍ପୋର୍ଟସ ଫେନ୍ସ, ସିନ୍ଥେଟିକ୍ ଟ୍ରାକ୍, ୱାଶରୁମ୍ ନିର୍ମାଣ, ଘାସ ରୋପଣ ଏବଂ ପାଚେରିର ଉଚ୍ଚତା ବୃଦ୍ଧି ଭଳି କାମ କରାଯିବ। ନିକଟରେ ଜିଲ୍ଲାପାଳ ଅବ୍ଦାଲ ଏମ୍. ଅଖତାର ଅଧିକାରୀଙ୍କ ଏକ ଟିମ୍ ସହ ଷ୍ଟାଡିୟମ୍ ପରିଦର୍ଶନ କରି କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି।

Share

Leave a Reply