ଘର ଭିତର କୂଅରୁ ୧୧ ଫୁଟର ଅହିରାଜ ଉଦ୍ଧାର

You are currently viewing ଘର ଭିତର କୂଅରୁ ୧୧ ଫୁଟର ଅହିରାଜ ଉଦ୍ଧାର

ଅନୁଗୋଳ: ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ରଗୁଡ଼ିଆପଡ଼ା ବିଦ୍ୟାଧର ପ୍ରଧାନଙ୍କ ଘର ଭିତରେ ଥିବା କୂଅରୁ ଏକ ୧୧ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି।

ଗତକାଲି ରାତି ୧୦ଟା ୪୦ ମିନିଟ୍‌ ସମୟରେ ସାପଟି କୂଅରେ ପଡ଼ିଥିବା ଦେଖି ଶ୍ରୀ ପ୍ରଧାନ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ। ଖବର ପାଇ ଆଦିତ୍ୟ ବେହେରାଙ୍କ ସହ ଅଭୟ ସେଠୀ, ବିଜୁ ଭୋଇ, କାଳୁ, ରାହୁଲ ଓ ଜଙ୍ଗଲ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ।
ପରେ ବନ୍ତଳା ଫରେଷ୍ଟର ଶ୍ରୀନିବାସ ସାହୁଙ୍କ ଉପସ୍ଥିତିରେ ସାପଟିକୁ ସ୍ଥାନୀୟ ରାଇଗୁଡ଼ା ଜଙ୍ଗଲର ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।

Share

Leave a Reply