ଶସ୍ୟ ସଂରକ୍ଷଣ ଦ୍ୱାରା ମଣିଷ-ବନ୍ୟଜନ୍ତୁ ସଂଘର୍ଷ ହ୍ରାସ ପାଇଁ ପ୍ରୟାସ: ବନ୍ତଳା ଓ ଛେଣ୍ଡିପଦା ରେଞ୍ଜରେ ପ୍ରଭାବିତ ପରିବାରଙ୍କୁ ବାୟୁରୋଧୀ ଡବା ବଣ୍ଟନ

You are currently viewing ଶସ୍ୟ ସଂରକ୍ଷଣ ଦ୍ୱାରା ମଣିଷ-ବନ୍ୟଜନ୍ତୁ ସଂଘର୍ଷ ହ୍ରାସ ପାଇଁ ପ୍ରୟାସ: ବନ୍ତଳା ଓ ଛେଣ୍ଡିପଦା ରେଞ୍ଜରେ ପ୍ରଭାବିତ ପରିବାରଙ୍କୁ ବାୟୁରୋଧୀ ଡବା ବଣ୍ଟନ

ଅନୁଗୋଳ: ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ହ୍ରାସ କରିବା ସହ ଜଙ୍ଗଲ ପାଖରେ ରହୁଥିବା ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ବନ୍ୟଜନ୍ତୁଙ୍କ ଦ୍ୱାରା ପ୍ରଭାବିତ ବନ୍ତଳା ଓ ଛେଣ୍ଡିପଦା ରେଞ୍ଜର ବିଭିନ୍ନ ପରିବାରଙ୍କୁ ବାୟୁରୋଧୀ ଶସ୍ୟ ସଂରକ୍ଷଣ ଡବା ବଣ୍ଟନ କରାଯାଇଛି।

ଘରେ ଗଚ୍ଛିତ ରଖାଯାଉଥିବା ଧାନ ଓ ଅନ୍ୟାନ୍ୟ ଶସ୍ୟର ସୁରକ୍ଷା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି ଡବାରେ ଶସ୍ୟ ସୁରକ୍ଷିତ ଭାବେ ରଖିବା ଦ୍ୱାରା ଖାଦ୍ୟର ଗନ୍ଧ ବାହାରକୁ ବ୍ୟାପିବା କମିବ। ଫଳରେ ଖାଦ୍ୟର ଗନ୍ଧରେ ଆକର୍ଷିତ ହୋଇ ବନ୍ୟଜନ୍ତୁ ଜନବସତି ମଧ୍ୟକୁ ପ୍ରବେଶ କରିବାର ଆଶଙ୍କା ହ୍ରାସ ପାଇପାରିବ। ଏହାଦ୍ୱାରା ଗ୍ରାମବାସୀଙ୍କ ଶସ୍ୟ ନଷ୍ଟ ହେବା ଆଶଙ୍କା କମିବା ସହ ଖାଦ୍ୟ ସୁରକ୍ଷା ମଧ୍ୟ ସୁଦୃଢ଼ ହେବ।

ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ରୋକିବା ପାଇଁ କେବଳ କ୍ଷତି ହେବା ପରେ ପଦକ୍ଷେପ ନେବା ନୁହେଁ, ବରଂ ପୂର୍ବରୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ। ଏହି ଲକ୍ଷ୍ୟରେ ଜନସହଭାଗିତାକୁ ଗୁରୁତ୍ୱ ଦେଇ ଅନୁଗୋଳ ବନଖଣ୍ଡ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପ୍ରୟାସ ଜାରି ରଖିଛି।

Share

Leave a Reply