ଚପଲ ଦୋକାନ ଆଢ଼ୁଆଳରେ ସେକ୍ସ ରାକେଟ୍‌! ଅନୁଗୋଳରେ ପୁଲିସ ଚଢ଼ଉ, ଦୋକାନ ମାଲିକାଣୀଙ୍କ ସମେତ ୩ ଜଣ ଅଟକ

You are currently viewing ଚପଲ ଦୋକାନ ଆଢ଼ୁଆଳରେ ସେକ୍ସ ରାକେଟ୍‌! ଅନୁଗୋଳରେ ପୁଲିସ ଚଢ଼ଉ, ଦୋକାନ ମାଲିକାଣୀଙ୍କ ସମେତ ୩ ଜଣ ଅଟକ

ଅନୁଗୋଳ: ବାହାରେ ଚପଲ ଓ ଜୋତା ଦୋକାନ, ଭିତରେ ଚାଲିଥିଲା ଦେହ କାରବାର। ଦୋକାନର ଆଢ଼ୁଆଳରେ ଚାଲିଥିବା ଏକ କଥିତ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ଅନୁଗୋଳ ଥାନା ପୁଲିସ। ସହରର ଡିଆଇସି ଛକ ନିକଟରେ ଥିବା ‘ସୌଜନ୍ୟା ସୁଜ୍‌’ ନାମକ ଚପଲ ଦୋକାନରେ ଚଢ଼ଉ କରି ପୁଲିସ ଦୋକାନ ଚଳାଉଥିବା ମହିଳାଙ୍କ ସମେତ ଜଣେ ମହିଳା ଓ ଜଣେ ଗ୍ରାହକଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, କାମାକ୍ଷାନଗର ଅଞ୍ଚଳର ଜଣେ ମହିଳା ଅନୁଗୋଳ ସହରର ଡିଆଇସି ଛକରେ ଏହି ଚପଲ ଦୋକାନ ଖୋଲିଥିଲେ। ତେବେ ଦୋକାନ ଭିତରେ ଦେହ କାରବାର ଚାଲୁଥିବା ନେଇ ପୁଲିସ ଖବର ପାଇବା ପରେ ଚଢ଼ଉ କରିଥିଲା। ଏହି ସମୟରେ ଦୋକାନର ଏକ କୋଠରିରୁ ଜଣେ ମହିଳା ଓ ଜଣେ ଗ୍ରାହକଙ୍କୁ ଆପତ୍ତିଜନକ ଅବସ୍ଥାରେ ଠାବ କରାଯାଇଥିବା ପୁଲିସ କହିଛି।

ପୁଲିସର ସୂଚନା ଅନୁସାରେ, ଦୋକାନ ପଛପଟେ ଥିବା ଏକ ଛୋଟ କୋଠରିରେ ଏହି କାରବାର ଚାଲୁଥିଲା। ଦୋକାନ ଚଳାଉଥିବା ମହିଳା ଯୁବତୀମାନଙ୍କୁ ସେଠାରେ ରଖୁଥିବା ବେଳେ ବାହାରୁ ଗ୍ରାହକ ଆସୁଥିଲେ। ଦୋକାନ ଆଢ଼ୁଆଳରେ ଏହି କାରବାର ଚାଲୁଥିବାରୁ କେହି ସନ୍ଦେହ କରୁନଥିବା କୁହାଯାଉଛି।

ଚଢ଼ଉ ସମୟରେ ପୁଲିସ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Share

Leave a Reply