ମା’ ହିଙ୍ଗୁଳା ପୀଠରେ ୪୧ତମ ମହାଚଣ୍ଡୀ ଯଜ୍ଞ ପ୍ରସ୍ତୁତି: ନଭେମ୍ବର ୧୯ରୁ ଆରମ୍ଭ, ୨୪ରେ ପୂର୍ଣ୍ଣାହୁତି

You are currently viewing ମା’ ହିଙ୍ଗୁଳା ପୀଠରେ ୪୧ତମ ମହାଚଣ୍ଡୀ ଯଜ୍ଞ ପ୍ରସ୍ତୁତି: ନଭେମ୍ବର ୧୯ରୁ ଆରମ୍ଭ, ୨୪ରେ ପୂର୍ଣ୍ଣାହୁତି

ଅନୁଗୋଳ: ପବିତ୍ର କାର୍ତ୍ତିକ ପଞ୍ଚକ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ୪୧ତମ ମହାଚଣ୍ଡୀ ଯଜ୍ଞ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କ ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅତିଥି ଭାବେ ଯୋଗଦେଇ ଯଜ୍ଞ ଆୟୋଜନରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ଶାନ୍ତିପାଠ କରିଥିଲେ।

ମା’ ହିଙ୍ଗୁଳା ବିଶ୍ୱଶାନ୍ତି ଯଜ୍ଞାନୁଷ୍ଠାନ ଓ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଯଜ୍ଞ ଆୟୋଜନ କରାଯିବ। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ନଭେମ୍ବର ୧୯ ତାରିଖରୁ ଯଜ୍ଞ ଆରମ୍ଭ ହୋଇ ୨୪ ତାରିଖରେ ପୂର୍ଣ୍ଣାହୁତି ସହ ସମାପନ ହେବ। କାର୍ତ୍ତିକ ପଞ୍ଚକର ପବିତ୍ର ଅବସରରେ ହେବାକୁ ଥିବା ଏହି ଧାର୍ମିକ ଆୟୋଜନକୁ ସଫଳ କରିବା ପାଇଁ ବୈଠକରେ ପ୍ରସ୍ତୁତି ଓ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Share

Leave a Reply