ସନ୍ତୋଷ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: କୁଚିଣ୍ଡାକୁ ହରାଇ ବୀରମହାରାଜପୁର ଚାମ୍ପିଅନ

You are currently viewing ସନ୍ତୋଷ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: କୁଚିଣ୍ଡାକୁ ହରାଇ ବୀରମହାରାଜପୁର ଚାମ୍ପିଅନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହିମିତିରା ଖେଳପଡ଼ିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ସନ୍ତୋଷ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ କୁଚିଣ୍ଡାକୁ ୫-୪ ଗୋଲରେ ପରାସ୍ତ କରି ବୀରମହାରାଜପୁର ଦଳ ଚାମ୍ପିଅନ ହୋଇଛି।

ଉଦଯାପନୀ ଦିବସରେ ପ୍ରଥମ ସେମିଫାଇନାଲରେ ସମ୍ବଲପୁର ଓ ବୀରମହାରାଜପୁର ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ବୀରମହାରାଜପୁର ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲରେ ଆୟୋଜକ ହିମିତିରା ଦଳକୁ ୪-୦ ଗୋଲରେ ପରାସ୍ତ କରି କୁଚିଣ୍ଡା ଫାଇନାଲରେ ପହଞ୍ଚିଥିଲା। ଶେଷ ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିବାବେଳେ ବୀରମହାରାଜପୁର ବାଜିମାତ୍ କରି ଟ୍ରଫି ହାସଲ କରିଥିଲା।

ରଙ୍ଗାଧର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ କିଶୋରନଗର ଥାନା ଆଇଆଇସି ହରେକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ଏବଂ ସାଂସଦଙ୍କ ବ୍ଲକ ପ୍ରତିନିଧି ସରୋଜ କୁମାର ସାହୁ, ଅଧ୍ୟାପକ ତରଣିସେନ ସାହୁ, ଶିକ୍ଷକ ପ୍ରସନ୍ନ ନାୟକ, ଗ୍ରାମସଭାପତି ଧୀରେନ୍ଦ୍ର ପ୍ରଧାନ ଓ କୃପାସିନ୍ଧୁ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ।

ମ୍ୟାଚ୍‌ଗୁଡ଼ିକୁ ଅଭିଳାଷ ପ୍ରସାଦ, ଟିକେଶ୍ୱର, ସୁଭ୍ରଜିତ୍, ସରୋଜ ମଲ୍ଲିକ ଓ ସୁଜିତ୍ ପ୍ରଧାନ ପରିଚାଳନା କରିଥିଲେ। ବିନାୟକ ଦେହୁରୀ ଧାରାବିବରଣୀ ପ୍ରଦାନ କରିଥିବାବେଳେ କିଶୋର ଚନ୍ଦ୍ର ବିଶ୍ୱାଳ ମଞ୍ଚ ସଂଯୋଜନା କରିଥିଲେ। ହିମିତିରା ଆଥଲେଟିକ୍ ଆସୋସିଏସନର ସଦସ୍ୟମାନଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ସଫଳ ହୋଇଥିଲା।

Share

Leave a Reply