ଅନୁଗୁଳ: ଓସିଏ ଦ୍ଵାରା ଆୟୋଜିତ ୧୯ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ପ୍ରତିଯୋଗିତାର କୋରାପୁଟ ଓ ଅନୁଗୁଳ ମଧ୍ୟରେ ଆୟୋଜିତ ଏକ ମ୍ୟାଚରେ ଅନୁଗୁଳ ଦଳ ୪୩ ଓଭରରେ ସମସ୍ତ ୱିକେଟ ହରାଇ ୨୭୧ ରନ୍ କରିଥିଲା। ଅନୁଗୁଳ ଦଳ ପକ୍ଷରୁ ଅନିନ୍ଦୀତ ପ୍ରଧାନ ୪୧ ଟି ବଲରୁ ଦ୍ରୁତ ୬୨ ରନ୍ କରିଥିଲେ। ଶେଷରେ କୋରାପୁଟ ୨୦ ରନରେ ହାରିଥିଲା। ଅନିନ୍ଦିତଙ୍କ ଏହି ସଫଳତା ପାଇଁ ସବୁ ମହଲରେ ପ୍ରଶଂସା କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଅନିନ୍ଦିତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପୁତ୍ର ଅଟନ୍ତି।
୧୯ ବର୍ଷରୁ କମ୍ ଆନ୍ତଃଜିଲ୍ଲା କ୍ରିକେଟରେ ଅନିନ୍ଦିତଙ୍କ ସଫଳତା
- Post published:May 22, 2026
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau
Tags: Angul





