ବାରଗୌଣିଆ ପଞ୍ଚାୟତରେ କଂଗ୍ରେସର କର୍ମୀ ବୈଠକ: ସଂଗଠନକୁ ମଜଭୁତ କରିବାକୁ ରଣନୀତି

You are currently viewing ବାରଗୌଣିଆ ପଞ୍ଚାୟତରେ କଂଗ୍ରେସର କର୍ମୀ ବୈଠକ: ସଂଗଠନକୁ ମଜଭୁତ କରିବାକୁ ରଣନୀତି

ଅନୁଗୁଳ: ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବାରଗୌଣିଆ ପଞ୍ଚାୟତର କର୍ମୀ ବୈଠକ ସ୍ଥାନୀୟ ମାଆ ପାଣ୍ଡରିଶୁଣୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପିସିସି ମିଡିଆ ପ୍ୟାନେଲିଷ୍ଟ ରୂପାଦୀପ୍ତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ସଂଗଠନକୁ ବୁଥ ଓ ୱାର୍ଡ ସ୍ତରରେ କ୍ରିୟାଶୀଳ କରିବା ପାଇଁ ଏକ ନୂତନ ପଞ୍ଚାୟତ କମିଟି ଗଠନ କରାଯାଇଛି।

ସର୍ବସମ୍ମତି କ୍ରମେ ଅମର ପ୍ରଧାନଙ୍କୁ ପଞ୍ଚାୟତ କଂଗ୍ରେସ ସଭାପତି ଏବଂ ନରେଶ ସାହୁ ଓ ବବୃବାହାନ ନାହାକଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି। ଯୁବପିଢ଼ିଙ୍କୁ ବିଶେଷ ଭାବେ ଦଳର ମୁଖ୍ୟସ୍ରୋତକୁ ଆଣିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ ବୋଲି ସଭାପତି ପ୍ରକାଶ କରିଛନ୍ତି। ଏଥିରେ ବ୍ଲକ ଉପସଭାପତି ସୌଭାଗ୍ୟ ବିଶ୍ବାଳ, ଆଲୋକ ଦେହୁରୀ, ଚନ୍ଦ୍ରକାନ୍ତ ପ୍ରଧାନ, ଉପେନ୍ଦ୍ର ଦେହୁରୀ, ଚିତ୍ତରଞ୍ଜନ ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

Share

Leave a Reply