ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ କୁଣ୍ଢେଇବୀରାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ମା’ ବସନ୍ତ ମଞ୍ଜରୀ ପ୍ରଧାନ ୧୦ ଲକ୍ଷ ଟଙ୍କା ନଗଦ ଦାନ କରିଛନ୍ତି। ଶନିବାର ମନ୍ଦିରରେ ମା’ଙ୍କ ଦର୍ଶନ କରିବା ପରେ ସେ ଏହି ଅର୍ଥ ପ୍ରଦାନ କରିଥିଲେ।
ମା’ କୁଣ୍ଢେଇବୀରା ବିକାଶ ପରିଷଦର କର୍ମକର୍ତ୍ତା ଏହି ଦାନ ଗ୍ରହଣ କରି କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ସମେତ ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ଜନପ୍ରତିନିଧି, ବିଜେପି ମହିଳା ଓ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।















