ଅବକାରୀ ବିଭାଗର ଡବଲ୍ ଚଢ଼ାଉ: ୯୦ କିଲୋରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

You are currently viewing ଅବକାରୀ ବିଭାଗର ଡବଲ୍ ଚଢ଼ାଉ: ୯୦ କିଲୋରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଅବକାରୀ ବିଭାଗର ଦୁଇଟି ପୃଥକ ଚଢ଼ାଉରେ ବଡ଼ ସଫଳତା ମିଳିଛି। ଏହି ଚଢ଼ାଉରେ ମୋଟ ୯୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ଘଟଣାରେ ଅନୁଗୋଳ ନମ୍ବର-୨ ଅବକାରୀ ଥାନା ପକ୍ଷରୁ ବାଗଡ଼ିଆ ଥାନା ଅନ୍ତର୍ଗତ ନୂଆଗାଁରେ ଚଢ଼ାଉ କରାଯାଇ ୮୨ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ୨ ଲକ୍ଷ ୩୦ ହଜାର ଟଙ୍କା ନଗଦ ଜବତ କରାଯାଇଥିଲା। ଏହି ମାମଲାରେ ଲିଟୁନ ନାଏକଙ୍କୁ ଗିରଫ କରାଯାଇଛି।

ସେହିପରି ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ନୂଆଗାଁର ତାରିଣୀ ପୀଠ ନିକଟରେ ଚଢ଼ାଉ କରାଯାଇ ୮ କିଲୋ ଗଞ୍ଜେଇ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଏହି ମାମଲାରେ ଟୁକୁନା ନାଏକ ଗିରଫ ହୋଇଛନ୍ତି। ଦୁଇଟି ମାମଲାରେ ମୋଟ ୨ ଲକ୍ଷ ୩୦ ହଜାର ଟଙ୍କା ନଗଦ ଓ ଗୋଟିଏ ବାଇକ୍ ଜବତ ହୋଇଛି।

Share

Leave a Reply