ଜାତୀୟ ପ୍ରେସ୍ ଦିବସ ପାଳନ ପ୍ରସ୍ତୁତି: ରକ୍ତଦାନ, ସ୍ୱାସ୍ଥ୍ୟ ଶିବିର ଓ ବୃକ୍ଷରୋପଣ ସହ ୧୦ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯିବ ସମ୍ମାନିତ

You are currently viewing ଜାତୀୟ ପ୍ରେସ୍ ଦିବସ ପାଳନ ପ୍ରସ୍ତୁତି: ରକ୍ତଦାନ, ସ୍ୱାସ୍ଥ୍ୟ ଶିବିର ଓ ବୃକ୍ଷରୋପଣ ସହ ୧୦ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯିବ ସମ୍ମାନିତ

ଅନୁଗୋଳ: ଜାତୀୟ ପ୍ରେସ୍ ଦିବସକୁ ଅର୍ଥପୂର୍ଣ୍ଣ ଓ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶନିବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ସଂଘର ଏକ ପ୍ରସ୍ତୁତି ବୈଠକ ସଭାପତି ମଦନ ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିଲା।

ବୈଠକରେ ଚଳିତ ବର୍ଷ ନଭେମ୍ବର ୧୬ ତାରିଖରେ ପ୍ରେସ୍ ଦିବସ ପାଳନ ଅବସରରେ ବିଭିନ୍ନ ଜନସଚେତନତାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଏଥିରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ରଙ୍ଗୋଲି ପ୍ରତିଯୋଗିତା ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ସାମିଲ ରହିଛି।

ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖି ସମାଜର ବିକାଶରେ ସହଯୋଗ କରୁଥିବା ୧୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସବରେ ସମ୍ମାନିତ କରାଯିବ। ସାମ୍ବାଦିକମାନଙ୍କୁ ଦିଗଦର୍ଶନ ଦେବା ପାଇଁ ବିଶିଷ୍ଟ ଅତିଥିଙ୍କୁ ଆମନ୍ତ୍ରଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।

ବୈଠକରେ ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ, ଉପସଭାପତି ଅଜୟ ନାୟକ, ଉପଦେଷ୍ଟା ଧୀର ମୋହନ ରାୟ, ସହସମ୍ପାଦକ ଦୁର୍ଗା ପ୍ରସାଦ ସ୍ୱାଇଁ, କୋଷାଧ୍ୟକ୍ଷ ସୌମିତ୍ର ସେନାପତିଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Share

Leave a Reply