ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନୟନୀ କୋଲ୍ ମାଇନ୍ସ ପରିସରରେ ବୋନସ୍ ଦାବିରେ ଭିପିଆର୍ କମ୍ପାନୀର ଡ୍ରାଇଭର ମାନେ ଧାରଣାରେ ବସିଥିଲେ। ଅଭିଯୋଗ ଅନୁସାରେ, ସେମାନେ ଦେଢ଼ ବର୍ଷ ଧରି ଡ୍ରାଇଭର ଭାବେ କାମ କରୁଥିବା ବେଳେ ଗତବର୍ଷ ଡ୍ୟୁଟି ସମୟ ପୂରଣ ହୋଇନଥିବାରୁ ପରବର୍ତ୍ତୀ ସମୟରେ ଏହି ବର୍ଷର ବୋନସ୍ ଦେବାକୁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା।
ତେବେ ନିର୍ଦ୍ଧାରିତ ସମୟ ପୂରଣ ହେବା ପରେ ମଧ୍ୟ ବୋନସ୍ ମିଳିନଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ଆଲୋଚନା କରି ମଧ୍ୟ ସମାଧାନ ନହେବାରୁ ସେମାନେ ଖଣି ପରିସରରେ ଧାରଣା ଦେଇଥିଲେ।
ଖବର ପାଇ ଛେଣ୍ଡିପଦା ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣାରୁ ପ୍ରତ୍ୟାହୁତ ହୋଇଥିଲା















