ଖଲାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

You are currently viewing ଖଲାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ଅନୁଗୋଳ: ସ୍ଥାନୀୟ ପିଏମଶ୍ରୀ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି। ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କନ୍ଦର୍ପ ମହାରଣା, ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଗୀତା ସାହୁ ଏବଂ ଏନଏସି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଜନାରାୟଣ ସାହୁ ଓ ମୁଖ୍ୟ ବକ୍ତା ଭାବେ ବାଜି ରାଉତ ଛାତ୍ରାବାସର ସମ୍ପାଦକ ଧନେଶ୍ୱର ସାହୁ ଯୋଗ ଦେଇ ପିଲା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।

ସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବିଶ୍ୱାଳ ସମାରୋହରେ ସଭାପତିତ୍ୱ କରିଥିଲେ। ବିଜ୍ଞାନ ମେଳାରେ ମୋଟ ୭୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥି ମଧ୍ୟରୁ ୫ ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲ୍ଲା ସ୍ତରୀୟ ମେଳା ପାଇଁ ଚୟନ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply