କଣିହାଁ ବ୍ଲକରେ ମୋ ଘର ଯୋଜନା ବଣ୍ଟନ ନେଇ ପ୍ରସ୍ତୁତି ବୈଠକ, ଯୋଗ୍ୟ ହିତାଧିକାରୀ ଲାଭ ଉଠାଇବା ଉପରେ ଗୁରୁତ୍ୱ

You are currently viewing କଣିହାଁ ବ୍ଲକରେ ମୋ ଘର ଯୋଜନା ବଣ୍ଟନ ନେଇ ପ୍ରସ୍ତୁତି ବୈଠକ, ଯୋଗ୍ୟ ହିତାଧିକାରୀ ଲାଭ ଉଠାଇବା ଉପରେ ଗୁରୁତ୍ୱ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବ୍ଲକ୍ ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କ ମୋ ଘର ଯୋଜନାକୁ ନେଇ ବୈଠକ ହୋଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷାଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଅଂଶ ଗ୍ରହଣ କରିଥିଲେ।

ଆସନ୍ତା ୧୬ ରୁ ମୋ ଘର ଯୋଜନାରେ ଋଣ ନେଇ ବାସଗୃହ ପାଇବା ନେଇ ଓଡ଼ିଶା ସରକାରଙ୍କ ନିୟମ ବିଷୟରେ କଣିହାଁ ବିଡ଼ିଓ ନିଶାନ ମିଶ୍ର, ସି ପି ଧନେଶ୍ଵର ପ୍ରଧାନ, ବିପିସି ଚନ୍ଦନ କୁମାର ସାହୁ ଅବଗତ କରାଇଥିଲେ। ପରେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସଭାପତିତ୍ବରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପଞ୍ଚାୟତରେ ହେଉଥିବା କାର୍ଯ୍ୟର ଅଗ୍ରଗତି, ବିଳମ୍ବର କାରଣ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ।

Share

Leave a Reply