ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ପ୍ରାର୍ଥନା ଓ ଦୀପଦାନ କଲେ ବଅଁରପାଳ ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଦସ୍ୟ

You are currently viewing ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ପ୍ରାର୍ଥନା ଓ ଦୀପଦାନ କଲେ ବଅଁରପାଳ ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଦସ୍ୟ

ବଅଁରପାଳ: ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ପକ୍ଷରୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ଓ ଆହତଙ୍କର ଆଶୁ ଆରୋଗ୍ୟ କାମନା କରି ସମୂହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି।
ଦୀପଦାନ ବେଳେ ସଂଘର ସଭାପତି ପିତାମ୍ବର ସାହୁ, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ସହ ସମ୍ପାଦକ ଉତ୍ତର ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଶତପଥି, ଉପଦେଷ୍ଟା ଶିବ ଚରଣ ସେଠୀ, କାର୍ଯ୍ୟକାରୀ ସଦସ୍ୟ ସର୍ବଶ୍ରୀ କୁଳମଣି ସାହୁ, କୃତାର୍ଥ ସେନାପତି, ବଳରାମ ପୃଷ୍ଟି, ହେମନ୍ତ କୁମାର ସାହୁ, ଆଦିକନ୍ଦ ବେହେରା ଓ ହେମନ୍ତ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply