ତାଳଚେରକୁ ଧୂଳିଧୂଆଁମୁକ୍ତ ସହର କରିବା ଲକ୍ଷ୍ୟ: ପୌରପରିଷଦର ସ୍ୱଚ୍ଛତା ଅଭିଯାନ

You are currently viewing ତାଳଚେରକୁ ଧୂଳିଧୂଆଁମୁକ୍ତ ସହର କରିବା ଲକ୍ଷ୍ୟ: ପୌରପରିଷଦର ସ୍ୱଚ୍ଛତା ଅଭିଯାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସହରକୁ ସ୍ୱଚ୍ଛ ଓ ପରିମଳମୁକ୍ତ ରଖିବା ସହ ଧୂଳିଧୂଆଁ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ ଆୟୋଜିତ ହୋଇଛି। ଏହି ଅବସରରେ ସହରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଲୋକଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନେଇ ବିଭିନ୍ନ ବାର୍ତ୍ତା ଦିଆଯାଇଥିଲା।

ତାଳଚେର ପ୍ରଦୂଷଣପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିବାରୁ ଏହାର ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଅତ୍ୟନ୍ତ ଆବଶ୍ୟକ ବୋଲି ଅଭିଯାନରେ ସଚେତନ କରାଯାଇଥିଲା। ସହରକୁ ପରିଷ୍କାର ରଖିବା, ଆବର୍ଜନା ଏଣେତେଣେ ନ ଫିଙ୍ଗିବା ଏବଂ ପରିବେଶ ସୁରକ୍ଷାରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।

ଏଥିରେ ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରଦୀପ ସାହା, ନଗରପାଳ, ସମସ୍ତ କାଉନସିଲର, ବିଭିନ୍ନ ବିଭାଗର କର୍ମଚାରୀ, ସୁପରଭାଇଜର ଓ ସ୍ୱଚ୍ଛସାଥୀମାନେ ଯୋଗଦେଇଥିଲେ।

Share

Leave a Reply