ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ଛାତ୍ର ମହଲରେ ଉତ୍ସାହ ପ୍ରକାଶ ପାଇଛି। ଛାତ୍ର ସଂସଦ ନିର୍ବାଚନ ଘୋଷଣା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ଦାବି କରିଛି।
ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର, ଛାତ୍ରନେତୃତ୍ୱର ବିକାଶ ଏବଂ ଶିକ୍ଷାନୁଷ୍ଠାନରେ ଗାଣତାନ୍ତ୍ରିକ ପରିବେଶ ସୁଦୃଢ଼ କରିବା ପାଇଁ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି। ଦୀର୍ଘ ପ୍ରତୀକ୍ଷା ପରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ସଂଗଠନ ପକ୍ଷରୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ଦକ୍ଷତା ବିକାଶ ପାଇବ ବୋଲି ଏବିଭିପି ଆଶା ପ୍ରକାଶ କରିଛି।












