ବଅଁରପାଳରେ ୫୩.୫୯ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ

You are currently viewing ବଅଁରପାଳରେ ୫୩.୫୯ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତର ପନ୍ଦରଭରଣିଆ ଗ୍ରାମରେ ୫୩ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଡିଏମ୍‌ଏଫ୍‌ (DMF) ଅନୁଦାନରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ।

ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ଚନ୍ଦ୍ର ନାଏକ, ବଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଛବିମୋହନ ସାହୁ, ଜିଲ୍ଲା ବିଜେପି ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଏବଂ ଯନ୍ତ୍ରୀ ବବିନ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ପର୍ଯ୍ୟାୟରେ ବୁଢ଼ାପଙ୍କ ଅଞ୍ଚଳର ଲୋକେ ଉପକୃତ ହେବେ। ପରବର୍ତ୍ତୀ ସମୟରେ ପ୍ରକଳ୍ପର ସମ୍ପ୍ରସାରଣ କରାଯାଇ ନିକଟସ୍ଥ ନୂଆହତା ଓ ବଅଁରପାଳ ପଞ୍ଚାୟତର ହଜାର ହଜାର ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ଯୋଜନା ରହିଛି।

ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ହେବା ନେଇ ଆଶା ପ୍ରକାଶ ପାଇଛି। ପ୍ରକଳ୍ପ ଶିଳାନ୍ୟାସକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହ ବିଧାୟକ ଓ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share

Leave a Reply