ଅନୁଗୋଳ: ସ୍ଥାନୀୟ ଅମଲାପଡ଼ା ୬ଷ୍ଠ ଲେନ୍ ସ୍ଥିତ ଗୁରୁକୁଳ କ୍ଲାସେସ୍ ପରିସରରେ ଶିଶୁ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଅବସରରେ ପରିଚାଳକ ଘନଶ୍ୟାମ ପାଳ ଶିଶୁମାନଙ୍କ ପ୍ରତି ନେହେରୁଙ୍କ ସ୍ନେହ ଓ ଭଲପାଇବା ସମ୍ପର୍କରେ ଆଲୋକପାତ କରିବା ସହ ସତ୍ୟ, ଅହିଂସା ଓ ଶୃଙ୍ଖଳାର ମାର୍ଗ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ଛାତ୍ରଜୀବନର ମହତ୍ତ୍ୱ ଓ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତ ରଖିଥିଲେ।
ଏହି ଅବସରରେ ଚିତ୍ରାଙ୍କନ, ନୃତ୍ୟ ଓ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ହିନ୍ଦୀ ଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ଛାତ୍ରଛାତ୍ରୀଙ୍କୁ ରାତ୍ରିଭୋଜନରେ ଆପ୍ୟାୟିତ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।















