ଅଙ୍ଗପଡ଼ା କାଳୀପୂଜାରେ ଉଦ୍‌ଯାପିତ ହେଲା କଂସ ଦରବାର; ନିଶାମୁକ୍ତ ସମାଜ ଓ ସଶକ୍ତ ଭାରତ ଗଠନ ପାଇଁ ଅତିଥିଙ୍କ ଆହ୍ୱାନ

You are currently viewing ଅଙ୍ଗପଡ଼ା କାଳୀପୂଜାରେ ଉଦ୍‌ଯାପିତ ହେଲା କଂସ ଦରବାର; ନିଶାମୁକ୍ତ ସମାଜ ଓ ସଶକ୍ତ ଭାରତ ଗଠନ ପାଇଁ ଅତିଥିଙ୍କ ଆହ୍ୱାନ

ଅନୁଗୋଳ: କିଶୋରନଗର ବ୍ଲକ ଅନ୍ତର୍ଗତ ଅଙ୍ଗପଡ଼ା ଗ୍ରାମରେ ମା’ ଶ୍ୟାମାକାଳୀ ପୂଜା ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁକ୍ତାକାଶ କଂସ ଦରବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କିଶୋରନଗର ଥାନା ଆଇଆଇସି ହରିକୃଷ୍ଣ ପ୍ରଧାନ ଓ ଶିକ୍ଷାବିତ୍ ସରୋଜ ପ୍ରଧାନ ଉପସ୍ଥିତ ଥିଲେ।

ଏହି ଅବସରରେ ପୌରାଣିକ କାହାଣୀ ଆଧାରିତ ନାଟକ ଓ ନର୍ତ୍ତକୀଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଯୁବପିଢ଼ି ସମାଜର ଉନ୍ନତିରେ ସାମିଲ ହେବା ସହ ନିଶାମୁକ୍ତ ସମାଜ ଓ ସଶକ୍ତ ଭାରତ ଗଠନରେ ଯୋଗଦାନ ଦେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ପାଞ୍ଚ ଦିନ ଧରି ମଞ୍ଚ ପରିଚାଳନା କରିଥିବା ବିଦୂଷକ ରଞ୍ଜିତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ କଂସ ଦରବାରର ସମସ୍ତ କଳାକାର ଓ ପୂଜା କମିଟିର କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ମହୋତ୍ସବର ସଫଳ ଆୟୋଜନ ପାଇଁ ପୂଜା କମିଟିର ସଭାପତି ଓ ସମ୍ପାଦକ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇଥିଲେ।

Share

Leave a Reply