ବଇଣ୍ଡାରେ ବିଜେଡିର ଶକ୍ତି ପ୍ରଦର୍ଶନ, ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ଶତାଧିକ କର୍ମୀ

You are currently viewing ବଇଣ୍ଡାରେ ବିଜେଡିର ଶକ୍ତି ପ୍ରଦର୍ଶନ, ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ଶତାଧିକ କର୍ମୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବଇଣ୍ଡାଠାରେ ବୁଧବାର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି। ବିଧାୟକ ଇଂ. ନଳିନୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବଇଣ୍ଡା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସମାବେଶରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିଲେ।

ସଭା ପୂର୍ବରୁ କଲ୍ୟାଣ ମଣ୍ଡପରୁ ବାହାରିଥିବା ପଦଯାତ୍ରା ବଇଣ୍ଡା ଛକ ଅଣ୍ଡରପାସ୍‌ ଦେଇ ସଭାସ୍ଥଳରେ ପହଞ୍ଚିଥିଲା। ଏହି ଅବସରରେ ବିଧାୟକ ନଳିନୀକାନ୍ତ ପ୍ରଧାନ ଦଳୀୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମାବେଶରେ ପାଲଲହଡ଼ାର ପୂର୍ବତନ ବିଧାୟକ ମୁକେଶ ପାଲଙ୍କ ସମେତ ଅନ୍ୟ ନେତାମାନେ ରାଜ୍ୟର ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରିଥିଲେ। ଦରଦାମ ବୃଦ୍ଧି, ଏମ୍‌ଏମ୍‌ଡିଆର୍‌ ବିଲ୍‌, ବହି ବିଭ୍ରାଟ ଓ ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ବିଫଳତା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କ ନୀତିକୁ ଟାର୍ଗେଟ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ସାହୁ ଓ ବିଷ୍ଣୁପ୍ରିୟା ପ୍ରଧାନ, କିଶୋରନଗର ବ୍ଲକ ଅଧ୍ୟକ୍ଷା ସୈରେନ୍ଦ୍ରୀ ପ୍ରଧାନ, ଜିଲ୍ଲା ଯୁବ ସଭାପତି ସତ୍ୟାନନ୍ଦ ପ୍ରଧାନ, ଆଠମଲ୍ଲିକ ବିଜେଡି ସଭାପତି ମହେଶ୍ୱର ଦେହୁରୀଙ୍କ ସମେତ ବହୁ ଦଳୀୟ ନେତା ଓ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ସମ୍ପର୍କ ମଜଭୁତ କରିବାକୁ ନେତାମାନେ ଆହ୍ୱାନ ଦେଇଥିଲେ।

Share

Leave a Reply