ଅନୁଗୋଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଓ କେନ୍ଦୁପାଟଣା ଦେଇ ପ୍ରବାହିତ ଡେରେଜାଙ୍ଗ କେନାଲରେ ଏକ ଅଜଣା ମୃତଦେହ ଭାସୁଥିବା ଘଟଣା ଆଜି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
କେନାଲରେ ମୃତଦେହ ଭାସୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ନାଲକୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହଟି କାହାର, ଏହା କେଉଁଠାରୁ ଆସିଲା ଏବଂ ମୃତ୍ୟୁର କାରଣ କ’ଣ, ସେ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ।
ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବାବେଳେ ମୃତଦେହର ପରିଚୟ ଓ ଘଟଣାର ପ୍ରକୃତ କାରଣ ଜଣାପଡ଼ିବାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।















