ଅନୁଗୋଳ: ଦୀପାବଳି ଅବସରରେ ଡ୍ୟୁଟିରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀଙ୍କ ସହ ଉତ୍ସବ ପାଳନ କରିଛନ୍ତି ଅନୁଗୋଳ ଏସ୍ପି ରାହୁଲ ଜୈନ। ସମସ୍ତଙ୍କ ପାଇଁ ନିରାପଦ ଓ ଶାନ୍ତିପୂର୍ଣ୍ଣ ଦୀପାବଳି ସୁନିଶ୍ଚିତ କରିବାକୁ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଏସ୍ପି ମିଠା ବାଣ୍ଟିବା ସହ ଖୁସିର ମୁହୂର୍ତ୍ତ ବିତାଇଥିଲେ।
ଲୋକେ ନିଜ ପରିବାର ସହ ଦୀପାବଳି ପାଳନ କରୁଥିବା ବେଳେ ପୋଲିସ କର୍ମଚାରୀମାନେ ସମାଜର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟରେ ନିୟୋଜିତ ଥିଲେ। ସେମାନଙ୍କ ନିଷ୍ଠା, ତ୍ୟାଗ ଓ ଉତ୍ସର୍ଗକୁ ଏସ୍ପି ଶ୍ରୀ ଜୈନ ପ୍ରଶଂସା କରିଥିଲେ।
ଏହି ଅବସରରେ ସେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ଆଲୋକ ଭରିଯାଉ ବୋଲି କାମନା କରିଥିଲେ।















