ବାଜି ରାଉତ ଛାତ୍ରାବାସରେ ଦୀପାବଳି ଉତ୍ସବ ପାଳନ: କୁନି ପିଲାଙ୍କୁ ମିଠା ବଣ୍ଟନ, ଦୀପଦାନ

You are currently viewing ବାଜି ରାଉତ ଛାତ୍ରାବାସରେ ଦୀପାବଳି ଉତ୍ସବ ପାଳନ: କୁନି ପିଲାଙ୍କୁ ମିଠା ବଣ୍ଟନ, ଦୀପଦାନ

ଅନୁଗୋଳ: ପବିତ୍ର ଦୀପାବଳି ଅବସରରେ ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରାବାସରେ ଦୀପାବଳି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ କମଳ ଅଗ୍ରୱାଲ ନିଜ ପରିବାର ସହିତ ଛାତ୍ରାବାସରେ ଯୋଗଦେଇ  କୁନି କୁନି ପିଲାମାନଙ୍କୁ ମିଠା ବଣ୍ଟନ କରିଥିଲେ। ଦୀପ ପ୍ରଜ୍ଜ୍ୱଳନ ଓ ଦୀପଦାନ କରି ମା’ ଲକ୍ଷ୍ମୀ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆହ୍ୱାନ କରାଯାଇଥିଲା।

ଏହି ଶୁଭ ଅବସରରେ ଛାତ୍ରାବାସର ପ୍ରିନ୍ସିପାଲ କୈଳାସ ସାହୁ, ଶଙ୍କର, କ୍ୟାଟ୍ ଅନୁଗୋଳ ସଭାପତି ସତ୍ୟନାରାୟଣ ମାଣ୍ଡୋଠିଆ, ଆନନ୍ଦ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସବର ଶୋଭା ବୃଦ୍ଧି କରିଥିଲେ। ସମଗ୍ର ଅନୁଗୋଳ ଓ ଓଡ଼ିଶାର ମଙ୍ଗଳ, ଶାନ୍ତି ଓ ସମୃଦ୍ଧି ସହ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଯାଉ ବୋଲି ପ୍ରାର୍ଥନା କରାଯାଇଥିଲା।


Share

Leave a Reply