ଅନୁଗୋଳ: ଆସନ୍ତା ଡିସେମ୍ବର ୨୨ ତାରିଖରେ ପାଳନ ହେବାକୁ ଥିବା ୫୦ଶ ଗୀତା ଜୟନ୍ତୀ ଉତ୍ସବକୁ ସଫଳ କରିବା ନିମନ୍ତେ ନଭେମ୍ବର ୭ ତାରିଖ ଶନିବାର ପୂର୍ବାହ୍ନ ୧୧ଟାରେ ଗୀତା ଭବନ/ଶିଶୁବିହାର ବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ମଞ୍ଚର ସଭାପତି ସୁଧାଂଶୁ ଶେଖର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ପାଦକ ପ୍ରଶାନ୍ତ କୁମାର ପାଣିଙ୍କ ସମେତ ମନମୋହନ ପ୍ରଧାନ, ଗିରିଶ ଚନ୍ଦ୍ର ସାହୁ, ପୁରୁଷୋତ୍ତମ ପାଣି, ଶୁଭ୍ରାଂଶୁ ଶେଖର ନନ୍ଦ, ଧୀରେନ୍ଦ୍ର ପ୍ରଧାନ, ବିକ୍ରମ କିଶୋରୀ ପାଳ ଓ ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ ଯୋଗଦେଇଥିଲେ।
ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜକୁମାରୀ ନନ୍ଦିତାଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ପ୍ରଭାସିନୀ ବେହେରା, ସନ୍ଧ୍ୟା ଦେଇ, ପଦ୍ମିନୀ ଗୌଡ଼, ହିମାଦ୍ରୀ ପାଟିଲ ଓ ସହକାରୀ ଶିକ୍ଷକ ଲିଙ୍କନ ମହାପାତ୍ର ଉପସ୍ଥିତ ଥିଲେ।


ବୈଠକରେ ୫୦ଶ ଗୀତା ଜୟନ୍ତୀ ଉତ୍ସବର ସୁଚାରୁ ରୁପେ ଆୟୋଜନ ଓ ଏହାକୁ ସଫଳ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

















