ସାତକୋଶିଆ ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ ଜଙ୍ଗଲ ରିସର୍ଟ ‘ସୂର୍ଯ୍ୟବନ ’: ନଭେମ୍ବରରେ ୧୧ ରେ ଭିତ୍ତିପ୍ରସ୍ତର ସ୍ଥାପନ, ଉପସ୍ଥିତ ରହିବେ ଧର୍ମେନ୍ଦ୍ର ପ୍ରଧାନ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସଚିବ

You are currently viewing ସାତକୋଶିଆ ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ ଜଙ୍ଗଲ ରିସର୍ଟ ‘ସୂର୍ଯ୍ୟବନ ’: ନଭେମ୍ବରରେ ୧୧ ରେ ଭିତ୍ତିପ୍ରସ୍ତର ସ୍ଥାପନ, ଉପସ୍ଥିତ ରହିବେ ଧର୍ମେନ୍ଦ୍ର ପ୍ରଧାନ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସଚିବ
oplus_2097152

ଅନୁଗୋଳ: ସାତକୋଶିଆ ଗଣ୍ଡ ନିକଟରେ ଗଢ଼ିଉଠିବ ଅତ୍ୟାଧୁନିକ ଜଙ୍ଗଲ ରିସର୍ଟ ‘ସୂର୍ଯ୍ୟବନ’। ସୂର୍ଯ୍ୟ ହସ୍ପିଟାଲିଟି ଗ୍ରୁପ୍ ପକ୍ଷରୁ ଅନୁଗୋଳ ଜିଲ୍ଲାର ଗୁରୁଧି ଠାରେ ପ୍ରାୟ ୩୦ ଏକର ଜମିରେ ଏହି ରିସର୍ଟ ନିର୍ମାଣ କରାଯିବ। ଆସନ୍ତା ନଭେମ୍ବର ୧୧ ତାରିଖ ବୁଧବାର ସକାଳ ୧୧ଟା ବେଳେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏଥିରେ ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ସଚିବ ଭୁବନେଶ କୁମାରଙ୍କ ସମେତ ବହୁ ଜନପ୍ରତିନିଧି ଏବଂ ଅଧିକାରୀ ଯୋଗଦେବେ।

ପ୍ରାୟ ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଯୋଜନା ରହିଛି। ଜଙ୍ଗଲର ପ୍ରାକୃତିକ ପରିବେଶକୁ ଅକ୍ଷୁଣ୍ଣ ରଖି ରିସର୍ଟ ନିର୍ମାଣ କରାଯିବ। ଏଥିପାଇଁ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC) ପକ୍ଷରୁ ପ୍ରକଳ୍ପକୁ ପ୍ଲାଟିନମ୍ ପ୍ରି-ସର୍ଟିଫିକେସନ୍ ମିଳିଛି।

ରିସର୍ଟରେ ଭିଲା, କଟେଜ୍, ଜଳାଶୟ କୂଳରେ କଟେଜ୍, ଟ୍ରି ହାଉସ୍ ଓ ଟେଣ୍ଟ କଟେଜ ସହିତ ରେଷ୍ଟୁରାଣ୍ଟ, ହେଲ୍ଥ ସେଣ୍ଟର ଏବଂ ବିବାହ ଓ ବିଭିନ୍ନ ସମାରୋହ ପାଇଁ ଖୋଲା ପଡ଼ିଆ ରହିବ। ଏହି ପ୍ରକଳ୍ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦିଆଯିବା ସହ ସ୍ଥାନୀୟ ଉତ୍ପାଦ ଓ କାରିଗରଙ୍କ ହସ୍ତଶିଳ୍ପକୁ ଗୁରୁତ୍ୱ ଦିଆଯିବ।

ଗ୍ରୁପ୍‌ର ନିର୍ଦ୍ଦେଶକ ପ୍ରୀତମ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ଜଙ୍ଗଲ, ନଦୀ, ଗାଁ, ହସ୍ତଶିଳ୍ପ ଓ ଖାଦ୍ୟର ପରିଚୟକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ପଟ୍ଟନାୟକ କହିଛନ୍ତି, ଜଙ୍ଗଲ ଭିତରେ ନୁହେଁ, ଜଙ୍ଗଲର ପାଖରେ ଏହି ରିସର୍ଟ ନିର୍ମାଣ କରାଯାଉଛି, ଯାହାଦ୍ୱାରା ପର୍ଯ୍ୟଟକ ପ୍ରକୃତିକୁ ନିକଟରୁ ଅନୁଭବ କରିବା ସହ ଏହାର ସୁରକ୍ଷାରେ ଭାଗୀଦାର ହୋଇପାରିବେ।

ଅନ୍ୟପକ୍ଷରେ ଗ୍ରୁପ୍‌ର ପ୍ରଥମ ପ୍ରତିଷ୍ଠାନ ତାଳଚେରସ୍ଥିତ ହୋଟେଲ ସୂର୍ଯ୍ୟ ଗାର୍ଡେନ୍‌ର ମଧ୍ୟ ନବୀକରଣ କାର୍ଯ୍ୟ ଚାଲିଛି। ହୋଟେଲର କୋଠରି ସଂଖ୍ୟା ୩୮ରୁ ୫୧କୁ ବୃଦ୍ଧି କରାଯିବା ସହ ନୂତନ ରେଷ୍ଟୁରାଣ୍ଟ, ପାର୍ଟି ଲନ୍, ହେଲ୍ଥ ସେଣ୍ଟର ଓ ସୁଇମିଂ ପୁଲ୍ ନିର୍ମାଣ କରାଯାଉଛି। ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ନୂତନ ରୂପରେ ହୋଟେଲଟି ଅତିଥିଙ୍କ ପାଇଁ ଉପଲବ୍ଧ ହେବ।

ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରୀତମ ପଟ୍ଟନାୟକ ଓ ମାନବ ସମ୍ବଳ ମୁଖ୍ୟ ଲୋକରଞ୍ଜନ ବୀର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।

Share

Leave a Reply