ବିଜିଗୋଳରେ ବେଆଇନ ବାଣ ଗୋଦାମରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ଗିରଫ

You are currently viewing ବିଜିଗୋଳରେ ବେଆଇନ ବାଣ ଗୋଦାମରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ ଗ୍ରାମରେ ବେଆଇନ ଭାବେ ବାଣ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ଏକ ଗୋଦାମ ଉପରେ ଅନୁଗୋଳ ସ୍ପେଶାଲ ସ୍କ୍ୱାଡ୍ ଓ ଏନଟିପିସି ପୋଲିସ ମିଳିତ ଚଢ଼ାଉ କରିଛନ୍ତି। ଚଢ଼ାଉରେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ କେଳୁଚରଣ ବିଶ୍ୱାଳ ଓରଫ କଳିଆକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ବୈଧ ଲାଇସେନ୍ସ ନଥାଇ ଅଭିଯୁକ୍ତ ଜଣକ ବିପୁଳ ପରିମାଣର ବାଣ ଗଚ୍ଛିତ ରଖି ବେଆଇନ ଭାବେ ବିକ୍ରି କରୁଥିବା ଖବର ପାଇ ପୋଲିସ ଏହି ଚଢ଼ାଉ କରିଥିଲା। ଏହି ସମୟରେ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ କରାଯାଇଥିଲା।

ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ବାଣ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ଘଟଣାକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ବାଣ ଭଳି ବିସ୍ଫୋରକ ସାମଗ୍ରୀର ଅବୈଧ ଗଚ୍ଛିତକରଣ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ହୋଇପାରେ। ତେଣୁ ଏଭଳି ବେଆଇନ କାରବାର ଉପରେ ନିୟମିତ ନଜର ରଖିବାକୁ ଜନସାଧାରଣ ଦାବି କରିଛନ୍ତି।

Share

Leave a Reply