କୂଅରେ ପଡ଼ି ଚାଲିଗଲା ଜୀବନ

You are currently viewing କୂଅରେ ପଡ଼ି ଚାଲିଗଲା ଜୀବନ

ଅନୁଗୋଳ: ଘର ନିକଟରେ ଥିବା କୂଅରେ ପଡ଼ି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ବାବୁଲା ବେହେରା। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ବାବୁଲା ଘର ନିକଟରେ ଥିବା ଏକ କୂଅରେ ପଡ଼ିଯାଇଥିଲେ। ଏନେଇ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ପରେ ଠାକୁରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଶେଷ କରିଥିଲା।

ତଦନ୍ତକାରୀ ଅଧିକାରୀ ଯଶବନ୍ତ ନାୟକ ଘଟଣାର ତଦନ୍ତ କରିଥିବାବେଳେ ମୃତଦେହକୁ ଆଠମଲ୍ଲିକ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଏହି ଅକାଳ ମୃତ୍ୟୁ ଘଟଣାରେ ପରିବାରବର୍ଗଙ୍କ ସମେତ ସମଗ୍ର ଗ୍ରାମରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି।

Share

Leave a Reply