ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

You are currently viewing ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ମା’ଙ୍କ ପୀଠସ୍ଥଳୀ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଟ୍ରଷ୍ଟିର କର୍ମକର୍ତ୍ତା, ଶାନ୍ତି କମିଟିର ସଦସ୍ୟ ଏବଂ ଉଭୟ ଗ୍ରାମର ଗ୍ରାମବାସୀ ଯୋଗଦେଇଥିଲେ। ଆସନ୍ତା ୨୪ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପାଞ୍ଚ ଦିନ ଧରି ହେବାକୁ ଥିବା ମା’ଙ୍କ ପୂଜା, ଯାତ୍ରା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏଥିସହ ଯାତ୍ରା ପଡ଼ିଆରେ ଷ୍ଟଲ ଆବଣ୍ଟନ, ସାଇକେଲ ଷ୍ଟାଣ୍ଡ ନିଲାମ, ଶୋଭାଯାତ୍ରାର ସୁପରିଚାଳନା ଏବଂ ପ୍ରଶାସନ ଓ ପୋଲିସ ସହ ଯୋଗାଯୋଗ ନିମନ୍ତେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା।

ଏହି ଅବସରରେ ବଅଁରପାଳ ଥାନା ଅଧିକାରୀ ଅୟସକାନ୍ତ ଜେନା ଓ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ ପୀଠସ୍ଥଳୀ ଏବଂ ଯାତ୍ରା ପଡ଼ିଆ ପରିଦର୍ଶନ କରିଥିଲେ।

ବୈଠକରେ ଟ୍ରଷ୍ଟି ସଭାପତି ସୁନୀଳ ମାଝୀ, ସମ୍ପାଦକ ଭଜମନ ମହାନ୍ତି, ତୁଳସୀପାଳ ଗ୍ରାମ ସଭାପତି ଉମେଶ ଚନ୍ଦ୍ର ଗଡ଼ନାୟକ, ସମ୍ପାଦକ ନୀଳମଣି ବିଶ୍ୱାଳ, ଗଡ଼ସନ୍ତ୍ରୀ ଗ୍ରାମ ସଭାପତି ଲୋକନାଥ ମାଝୀ, ସରପଞ୍ଚ ଟଙ୍କଧର ବେହେରା, ଦାଶରଥି ପାଏକ, ଅରୁଣ ସାହୁ, ଶାନ୍ତି କମିଟିର ସୁବାଷ ସାମଲ, ବୈକୁଣ୍ଠ ସାହୁ, ରାମ ସାମଲ, ଅଜିତ ଭୋଇ, ଅଜୟ ବେହେରା, ପ୍ରଶାନ୍ତ ମାଝୀ, ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବୈକୁଣ୍ଠ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply