ହିଙ୍ଗୁଳା ଯାତ୍ରାରେ ମାତିଛନ୍ତି ଚେନ୍ ଲୁଟେରା, ଚୋରି କରୁଥିବା ବେଳେ ବଙ୍ଗୀୟ ମହିଳା ଗିରଫ

You are currently viewing ହିଙ୍ଗୁଳା ଯାତ୍ରାରେ ମାତିଛନ୍ତି ଚେନ୍ ଲୁଟେରା, ଚୋରି କରୁଥିବା ବେଳେ ବଙ୍ଗୀୟ ମହିଳା ଗିରଫ

ତାଳଚର: ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦରେ ଚାଲିଥିବା ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବରେ ମାତିଛନ୍ତି ଚେନ୍ ଲୁଟେରା। ଫଳରେ ପୋଲିସ ଓ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି।

ଗୁରୁବାର ସୁନାଚେନ୍ ଲୁଟ୍ କରିବା ସମୟରେ ଜଣେ ମହିଳାଙ୍କୁ କିଛି ଯୁବକ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସୂଚନା ମୁତାବକ, ଉକ୍ତ ମହିଳା ହେଉଛନ୍ତି ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲା କୃଷିଳା ଥାନା ଅଞ୍ଚଳର ଫୁଲ କୁମାରୀ ଚୌଧୁରୀ(୩୫)। ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ଯାତ୍ରାରୁ ଚୋରି କରିଥିବା ସୁନାଚେନ୍ ପୋଲିସ ଜବତ କରିଛି। ଏଥିସହ ତାଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା, ବ୍ଲେଡ୍ ଓ ଧାରୁଆ ଅସ୍ତ୍ର ଜବତ କରାଯାଇଛି।

Share

Leave a Reply