ଅନୁଗୋଳ: ସବୁଜ ବନାନୀର ସୁରକ୍ଷା ଓ ବନୀକରଣକୁ ସଫଳ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଛେଣ୍ଡିପଦା ରେଞ୍ଜର ୧ନଂ ସେକ୍ସନ ଅନ୍ତର୍ଗତ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ବନୀକରଣ କାର୍ଯ୍ୟର ମୂଲ୍ୟାଙ୍କନ କରାଯାଇଛି।
ବନଖଣ୍ଡର ମୂଲ୍ୟାଙ୍କନ ଟିମ୍ ଦ୍ୱିତୀୟ ଓ ତୃତୀୟ ବର୍ଷର ବନୀକରଣ କାର୍ଯ୍ୟ ଯାଞ୍ଚ କରିବା ସହ ଚାରାଗଛର ବୃଦ୍ଧି, ବଞ୍ଚିବାର ହାର ଏବଂ ସାମଗ୍ରିକ ପ୍ରଗତିର ସମୀକ୍ଷା କରିଥିଲେ। ସୁସ୍ଥ ଜଙ୍ଗଲ ସୃଷ୍ଟି, ସବୁଜିମାର ସମ୍ପ୍ରସାରଣ ଓ ପରିବେଶର ସନ୍ତୁଳନ ରକ୍ଷା ଦିଗରେ ଅନୁଗୋଳ ବନଖଣ୍ଡର ଏହି ପ୍ରୟାସ ଜାରି ରହିଛି।















