maa mangala vihar

ଏନଟିପିସିରେ ଜାତୀୟ ସୁରକ୍ଷା ଦିବସ

0

ଅନୁଗୁଳ: ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ଅଗ୍ନିଶମ କେନ୍ଦ୍ରରେ ଜାତୀୟ ସୁରକ୍ଷା ଦିବସ ପାଳିତ ହୋଇଛି। ଏନ୍‌ଟିପିସି କଣିହାଁ ସିଜିଏମ୍ ସୁଦୀପ ନାଗ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏଥିସହ ଶ୍ରୀ ନାଗ ସୁରକ୍ଷା ପାଇଁ ପାୱାରଷ୍ଟେସନର କର୍ମଚାରୀ, ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ। ସୁରକ୍ଷା ପାଇଁ ପାୱାରଷ୍ଟେସନ ପକ୍ଷରୁ ନିଆଯାଇଥିବା ଉଲ୍ଲେଖନୀୟ ପଦକ୍ଷେପ ସଂପର୍କରେ ସେ ସୂଚନା ଦେବା ସହ ଏଥିପାଇଁ ଆଗାମୀ ଦିନରେ ହେବାକୁଥିବା କାର୍ଯ୍ୟକ୍ରମ ସଂକ୍ରାନ୍ତରେ କହିଥିଲେ। ଏ କ୍ଷେତ୍ରରେ ରାଜ୍ୟରେ ଏନ୍‌ଟିପିସି କଣିହାଁ ପ୍ଲାଣ୍ଟ ଏକ ମଡେଲ ପ୍ଲାଣ୍ଟ ରୂପେ ନିଜକୁ ଗଢ଼ିବା ପାଇଁ ଉଦ୍ୟମ କରୁଥିବା ସେ ପ୍ରକାଶ କରିଥିଲେ। ଫ୍ୟାକ୍ଟ୍ରି ଓ ବଏଲର୍ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ ଦାଶ ମୁଖ୍ୟ ଅତିଥି, ସହକାରୀ ନିର୍ଦ୍ଦେଶକ ଅର୍ଚ୍ଚନା ଦାସ ଅନ୍ୟତମ ଅତିଥି ରୂପେ ଯୋଗଦେଇଥିଲେ । ଏଜିଏମ୍ ଏସ୍.କେ. ରାଉତ ସ୍ୱାଗତ ଭାଷଣ, ଜିଏମ୍ ଶିବମ୍ ଶ୍ରୀବାସ୍ତବ ସୁରକ୍ଷା ବାର୍ତ୍ତା ପାଠ କରିଥିଲେ। ଏହି ଉପଲକ୍ଷେ କର୍ମଚାରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ପୋଷ୍ଟର ପ୍ରଭୃତି ପ୍ରତିଯୋଗିତା ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

 

Leave A Reply

Your email address will not be published.