ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

0

ଅନୁଗୁଳ: କଣିହାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମର ବାବୁଲା ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ଅପରାହ୍ନ ସାଢେ ୪ଟା ବେଳେ ହରିଚନ୍ଦନପୁର ଗ୍ରାମର ସଦା ବିଶ୍ୱାଳ(୬୫)ଙ୍କ ବଗିଚାରେ ତାଙ୍କ ଭାଇ ବ୍ରଜବନ୍ଧ ବିଶ୍ବାଳଙ୍କ ଛେଳି ପଶି ଫସଲ ନଷ୍ଟ କରିଥିଲା । ଏହି ଘଟଣା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ସଦା ଗାଁର ଜଣେ ଭଦ୍ର ଲୋକଙ୍କୁ ଘଟଣାସ୍ଥଳକୁ ଫସଲ ନଷ୍ଟ ସମ୍ପର୍କରେ ଦେଖାଇଥିଲେ । ସେହି ସମୟରେ ତାଙ୍କୁ ବ୍ରଜବନ୍ଧୁ ଗୋଇଠା ମାରି ତଳେ ପକାଇ ଦେବା ସହ ଏକ ପଥରରେ ଛେଚି ଦେଇଥିଲେ । ସଦାଙ୍କ ଚିତ୍କାର ଶୁଣି ହାଇଡ୍ରୋସିଲ୍ ଅପରେସନ୍ ହୋଇ ଘରେ ପଡ଼ିଥିବା ପୁଅ ବାବୁଲା ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ । ବାବୁଲାଙ୍କ ଅପରେସନ୍ ସ୍ଥାନକୁ ବ୍ରଜବନ୍ଧୁ ଗୋଇଠା ମାରିବାରୁ ସିଲାଇ ଫିଟିଯିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଚିକିତ୍ସା ନିମନ୍ତେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶୁକ୍ରବାର ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.

error: Content is protected !!