ଅନୁଗୁଳ: ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ପୁରୁଷ କି ମହିଳା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦମକଳ ବାହିନୀ ପହଁଚି ନଥିବାରୁ ଶବ ଉଦ୍ଧାର କରାଯାଇ ପାରିନାହିଁ।ଆଠମଲ୍ଲିକ ଥାନା ଆଇଆଇସି ପ୍ରିୟବ୍ରତ ଦାଶ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଥଲେ। ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ପରିଚୟ ସ୍ପଷ୍ଟ ହେବା ପରେ ଜଣାପଡ଼ିବ ବୋଲି କୁହାଯାଇଛି।











