CADLAB

ଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

୨ ଯୁବକ ଅଟକ

0

ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍‌ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍‌ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍ ଉଦ୍ୟମ ହୋଇଛି । ଦୁର୍ବୃତ୍ତମାନେ ଲୁଟରେ ବିଫଳ ହୋଇଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ, ତାଳଚେର ଥାନା ଇଲାକା ଭୁବନେଶ୍ଵରୀ କୋଇଲା ଖଣି ରାସ୍ତାରେ ଅପରାହ୍ନରେ ଏକ ଦମ୍ପତି ଏକ ବିବାହରେ ଯୋଗଦେବାକୁ ବାଇକରେ ଯାଉଥିଲେ । ହଠାତ୍ ଦୁଇଜଣ ଅଜଣା ଯୁବକ ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ସୁନାହାର ଲୁଟି ନେବାପାଇଁ ଉଦ୍ୟମ କରିଥିଲା ବେଳେ ମହିଳାଙ୍କ ଚିତ୍କାରରେ ବାଟୋଇମାନେ ପହଞ୍ଚ ଯୁବକଙ୍କୁ କାବୁ କରିନେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରୁ ଦମ୍ପତିଙ୍କୁ ଉଦ୍ଧାର କରି ତାଳଚେର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।

Leave A Reply

Your email address will not be published.