ଶିଶୁ ଶ୍ରମ ନିରାକରଣ ନେଇ ଜିଲ୍ଲାସ୍ତରୀୟ ବୈଠକ: ପଞ୍ଚାୟତଗୁଡ଼ିକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ସଂକଳ୍ପ

You are currently viewing ଶିଶୁ ଶ୍ରମ ନିରାକରଣ ନେଇ ଜିଲ୍ଲାସ୍ତରୀୟ ବୈଠକ: ପଞ୍ଚାୟତଗୁଡ଼ିକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ସଂକଳ୍ପ

ଅନୁଗୋଳ, ୧/୧୦: ଶିଶୁ ସୁରକ୍ଷା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରାକରଣ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ସମସ୍ତ ଶିଶୁଙ୍କ ଆଧାର କାର୍ଡ, ରାସନ କାର୍ଡ ଏବଂ ଅପାର ଆଇଡି (APAAR ID) ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତଙ୍କ ସହଯୋଗରେ ପଞ୍ଚାୟତଗୁଡ଼ିକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଛି। ଏଥିପାଇଁ ଅକ୍ଟୋବର ୨ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୪୪ ଦିନିଆ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରାଯିବ। ଏହି ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଲ୍, ଡେପୁଟୀ କଲେକ୍ଟର ପ୍ରିୟଙ୍କା ପାଲ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ୱାଇଁ, ସିଡବ୍ଲୁସି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଇନ୍ସପେକ୍ଟର ଅଲେଖ କାଉଡିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶିଶୁ ମଙ୍ଗଳ କମିଟି ସଦସ୍ୟ ବିଭୂତି ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply