ଠିକା ସଂସ୍ଥାର ୨୨ ଯନ୍ତ୍ରୀ କରୋନା ସଂକ୍ରମିତ

You are currently viewing ଠିକା ସଂସ୍ଥାର ୨୨ ଯନ୍ତ୍ରୀ କରୋନା ସଂକ୍ରମିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସାରକାରଖାନାରେ ନିୟୋଜିତ ଏକ ଠିକା ସଂସ୍ଥାର ୨୨ ଜଣ ଯନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବୁଧବାର ସଂଧ୍ୟାରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ସଂକ୍ରମିତଙ୍କ ସ୍ୱସ୍ତ୍ୟାବସ୍ଥା ଭଲ ଥିବା ପ୍ଳାଣ୍ଟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସାର କାରଖାନାର ମୁଖ୍ୟ ଗେଟ୍‌ରେ ଥର୍ମାଲ୍ ସ୍କ୍ରିନିଂ କରାଯିବା ସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅନ୍ୟ ଠିକାସଂସ୍ଥା ଗୁଡ଼ିକୁ ନିଜ କର୍ମଚାରୀଙ୍କ କରୋନା ପରୀକ୍ଷା କରାଇନେବାକୁ ଟିଏଫ୍ଏଲ୍‌ (ତାଳଚେର ଫର୍ଟିଲାଇଜର ଲିମିଟେଡ୍) କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ବିକ୍ରମପୁର ଅତିଥିଭବନରେ ପ୍ରବେଶ ଦିଗରେ ପ୍ରତିବନ୍ଧକ ଲଗାଯାଇଥିବାର ଜଣାପଡ଼ିଛି।

Share

Leave a Reply